Monday, October 29, 2018
ଜୟୀ ରାଜଗୁରୁ
ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ସଂଗ୍ରାମୀଙ୍କ ମଧ୍ୟରେ ସହିଦ ଜୟୀରାଜଗୁରୁ ଅନ୍ୟତମ । ସମଗ୍ର ଭାରତବାସୀ ପରାଧୀନତାର ଶିକୁଳିରେ ସନ୍ତୁଳି ହେଉଥିବାବେଳେ ଓଡ଼ିଶାରେ ପାଇକ ବିଦ୍ରୋହର ବହ୍ନ ଜଳିଥିଲା, ଯାହାର ନେତୃତ୍ୱ ନେଇଥିବା ମହାନାୟକଙ୍କ ମଧ୍ୟରେ ଜୟୀ ରାଜଗୁରୁ ଥିଲେ ଅନ୍ୟତମ । ଗୋରା ଶାସକ ବିରୋଧରେ ଉକ୍ରଳର ପ୍ରତିଟି ପ୍ରାଣରେ ସେ ବିପ୍ଳବର ବହ୍ନି ଜାଳିଥିଲେ । ତାଙ୍କ ପ୍ରକୃତ ନାମ ଜୟକୃଷ୍ଣ ରାଜଗୁରୁ ମହାପାତ୍ର, କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ସେ ଜୟୀ ରାଜଗୁରୁ । ସେ ଜଣେ ମେଧାବୀ ଛାତ୍ର ଥିଲେ । ବେଦ, ପୁରାଣ ଓ ଶାସ୍ତ୍ର ଅଧ୍ୟୟନ ରକି କେବଳ ବଂଶ ପରମ୍ପରା ରାଜ ପୁରୋହିତ ନଥିଲେ, ଶାସ୍ତ୍ର ବିଶାରଦ, ଭାଷାବିତ୍, ରାଜନୈତିକ ପରାମର୍ଶଦାତା ଭାବେ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଥିଲେ । ଉକ୍ରଳର ତକ୍ରାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବାକୁ ଚାହୁଁଥିଲେ । ବାପାଙ୍କ ଅନ୍ତେ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ରାଜସଭାରେ ସେ ରାଜଗୁରୁ ତଥା ମନ୍ତ୍ରୀ ଭାବେ ପ୍ରତିଷ୍ଠିତ ହୋଇଥିଲେ । ତା ପରେ ସେ ରାଜଗୁରୁ ପାଲଟିଗଲେ । ଖୋର୍ଦ୍ଧା ରାଜାଙ୍କୁ ଉକ୍ରଳର ଶାସକ ଭାବେ ପ୍ରତିଷ୍ଠିତ କରିବା ପାଇଁ ସେ ଉଦ୍ୟମ ଚଳାଇଥିଲେ । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କଠାରୁ କର ମାଗିଲେ ଏବଂ ସେମାନଙ୍କ ବଶତା ସ୍ୱୀକାର କରିବାକୁ ବାଧ୍ୟ କଲେ । ରାଜଗୁରୁଙ୍କ ସ୍ୱାଭିମାନକୁ ଏହା କଠୋର ଆଘାତ ଦେଲା । ଫିରିଙ୍ଗି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ପଣ କରି ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ସେ ନିଜ ସୈନ୍ୟବାହିନୀରେ ମିଶାଇଲେ । ବାହ୍ୟ ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ବରୁଣେଇ ଗଡ଼କୁ ସୁଦୃଢ଼ କରିଥିଲେ । ଇଂରେଜ ବିରୁଦ୍ଧରେ ଗରିଲା ଯୁଦ୍ଧକୌଶଳ ରାଜଗୁରୁ ଆରମ୍ଭ କରିଥିବା କୁହାଯାଏ । ଇଂରେଜମାନେ ଶେଷରେ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ରାଜଗୁରୁଙ୍କୁ ବନ୍ଦୀ କରିବା ସହ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଅକ୍ତିଆର କରିନେଲେ । ୧୮୦୬ରେ ତାଙ୍କୁ ବିଚାର ପାଇଁ ମେଦିନୀପୁର ପଠାଇ ଦିଆଗଲା । ବିଚାର ପରେ ଡିସେମ୍ବର ୬ରେ ତାଙ୍କୁ ଅମାନୁଷିକ ଭାବେ ହତ୍ୟା କରାଗଲା । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଗୋରା ଶାସକଙ୍କ ଆଗରେ ମୁଣ୍ଡ ନୁଆଁଇନଥିବା ଜୟୀ ରାଜଗୁରୁଙ୍କ ଅବଦାନକୁ ଓଡ଼ିଶା ମାଟି ଚିରକାଳ ଝୁରିବ, ଏଥିରେ ସନ୍ଦେହ ନାହିଁ । ୧୭୩୯ ଅକ୍ଟୋବର ୨୯ଅଁଳା ନବମୀ ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ଜୟୀ ରାଜଗୁରୁ ଜନ୍ମ ଗ୍ରହଣ କରିଥିଲେ ।
ଡ଼ଃ.ଅରୁନ୍ଧତୀ ଦେବୀ
Subscribe to:
Post Comments (Atom)
No comments:
Post a Comment