ଓଡ଼ିଆତ୍ୱର ଅସ୍ମୀତାରେ ବିଶ୍ୱାସ କରୁଥିବା ଓ ବ୍ୟକ୍ତିଗତ ଜୀବନ ନଗଲେ ଜାତୀୟ ଜୀବନ ଉଠିବ ନାହିଁ ଆଦର୍ଶରେ ଅନୁପ୍ରାଣିତ ଜାତି ନନ୍ଦିଘୋଷର ପ୍ରମତ୍ତ ସାରଥୀ ମଧୁବାବୁଙ୍କ ଜନ୍ମଜୟନ୍ତୀକୁ ରାଜ୍ୟବାର୍କାଉନ୍ସିଲ୍ ପକ୍ଷରୁ ଆଇନଜୀବି ଦିବସଭାବେ ଆଜି ରାଜ୍ୟର ୧୬୬ଟି ବାର୍ ଆସୋସିଏସନ୍ରେ ପାଳନ କରାଯାଉଛି । ଏହି ଅବସରରେ ମଧୁବାବୁଙ୍କ ନିଜ ଜୀବନୀର ବିଚାର ଓ ବିଚାରଧାରା ଆଇନଜୀବି ମାନଙ୍କ ଅନ୍ତରାତ୍ମାରେ ଏଭଳି ପ୍ରଭାବ ପକାଇଛି ସେ ସମ୍ପର୍କରେ ଆତ୍ମନିରୀକ୍ଷାର ଆବଶ୍ୟକତା ରହିଛି । ଓଡ଼ିଆଜାତି ଓ ପ୍ରାଣକୁ ଭଲପାଇଥିବା ମଧୁବାବୁ ଜଣେ ସ୍ୱାଭିମାନୀ ଆଇନଜୀବୀ ଭାବେ କିଭଳି ନିଜ ଜୀବନର ଆଇନ ପେଶାକୁ ବ୍ୟବହାର କରିଥିଲେ ତାହା ସାଂପ୍ରତିକ ଆଇନଜୀବି ସମାଜ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଆହ୍ୱାନ ସୃଷ୍ଟିକରିଛି । ବିଶ୍ୱବିଦ୍ୟାଳୟରୁ ଅଧିକ ଅର୍ଥ ଦେଇ ଆଇନ ଶିକ୍ଷା ଲାଭ କରୁଥିବା ଯୁବ ଆଇନଜିବୀଙ୍କ ପାଇଁ ସାମାଜିକ ମୂଲ୍ୟବୋଧ, ସାମାଜିକ ଉତ୍ତରଦାୟିତ୍ୱ ଓ ସମ୍ବେଦନଶୀଳତା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ମଧୁ ଆଦର୍ଶର ଗୁରୁତ୍ୱପୂର୍ଣ୍ଣତା ଓ ଆବଶ୍ୟକତା ଅଧିକ ବୃଦ୍ଧି ପାଇଛି । ଓଡ଼ିଆ ପଣକୁ ନେଇ ସ୍ୱାଭିମାନରେ ବଞ୍ôଚଥିବା ମଧୁବାବୁଙ୍କ ନିକଟରେ ସେଥିପାଇଁ ପରସ୍ପର ବିରୋଧି ଗୋଷ୍ଠୀ ଓ ପାରମ୍ପରିକ ସମ୍ପର୍କ ବିହୀତ ଗୋଷ୍ଠୀ ଆସି ତାଙ୍କର ମହକିଲ ପାଲଟି ଯାଉଥିଲେ । ଆଜି ଯୁବ ଆଇନଜୀବିମାନେ ରାଜନୈତିକ ଆଦର୍ଶରୁ ନିଜକୁ ମୁକ୍ତ ରଖି ମଧ୍ୟ ନିଜକୁ ରାଜନୈତିକ ଦଳର ସଦସ୍ୟ ଭାବି ନିଜସ୍ୱ ବିଚାରରେ ବିଶ୍ୱାସ ରଖୁ ନ ଥିବାବେଳେ ମଧୁ ଆଦର୍ଶକୁ ମନେ ପକେଇବାର ଆବଶ୍ୟକତା ରହିଛି । ଏଥିପାଇଁ ମଧୁବାବୁ ଅନେକ ସମୟରେ କହୁଥିଲେ 'ମଧୁସୂଦନ ଦାସର ଯେ ନିଜସ୍ୱ ଗୋଟିଏ ବିଚାର ଅଛି ସେ କଥା ଏମାନେ ଭାବୁ ନାହାଁନ୍ତି କାହିଁକି ମଧୁ ଓକିଲ ପଇସା ପାଇଁ ଲଢ଼େ ନାହିଁ, ଲଢ଼େ ସ୍ୱାଭିମାନ ପାଇଁ, ଉତ୍କଳ ପାଇଁ ପୁଣି ନ୍ୟାୟ ପାଇଁ ଏହି ନ୍ୟାୟ ବିଚାରରେ ଉତ୍କଳ ସ୍ୱାର୍ଥରକ୍ଷା ହିଁ ପ୍ରଧାନ ନୀତି' । ନିଜର କର୍ମ ଓ ଆଚରଣ ମାଧ୍ୟମରେ ସମ୍ମାନ ହାସଲ କରିଥିବା ମଧୁବାବୁ ନିଜର ନୀତିନିଷ୍ଠ ଆଇନଜୀବି ଜୀବନରେ ଏଥିପାଇଁ ବହୁ ଘାତସଂଘାତ ଓ ସଂଘର୍ଷର ସାମ୍ନା କରିଥିଲେ । ମଧୁସୂଦନଙ୍କ ଆଇନଜୀବି ଜୀବନର ଆକଳନ କେବେ ମକଦ୍ଦମାରେ ହାରଜିତରେ ଓଜନ କରାଯାଉ ନ ଥିଲା । ନିଜ ଓକିଲାତିର ବୁଦ୍ଧିକୁ ନିଜ ଦେଶ, ଜାତି ଓ ସମାଜର କଲ୍ୟାଣ କାମନାରେ ଲଗାଇଥିବା ମଧୁବାବୁଙ୍କ ଜୀବନକୁ ଅନୁଧ୍ୟାନ କଲାପରେ ଜଣାପଡ଼ିଲା ଯେ କୃଷି, ଶିଳ୍ପ, ସାଂସ୍କୃତିକ, ରାଜନୈତିକ ଏକତା ଓ ଓଡ଼ିଆଙ୍କ ମଧ୍ୟରେ ସ୍ୱତନ୍ତ୍ର, ପରିଚୟ ସୃଷ୍ଟି କରିବା ପାଇଁ ସେ ଓକିଲାତିରୁ ଅର୍ଜନ କରିଥିବା ଅର୍ଥକୁ ଖର୍ଚ୍ଚ କରିଦେଇଥିଲେ । ଓଡ଼ିଆରେ ନିଜଘର ଆଗରେ ନିଜର ନାଁ ଲେଖିବା ଓ କବକରେ ତତ୍କାଳୀନ ଅବସ୍ଥାରେ ଓକିଲାତି କରୁଥିବା । ଆଇନଜୀବୀମ।।ନଙ୍କ ଅସୂୟା ଓ ଈର୍ଷା ପ୍ରବଣତାର ଆଦୌ ବ୍ୟତିବ୍ୟସ୍ତ ହୋଇପଡ଼ି ନଥିଲେ ମଧୁବାବୁ । ଯୁବ ଆଇନଜୀବିମାନଙ୍କ ପାଇଁ ସେଥିପାଇଁ ଏହି ବିଚାରଧାରାର ପ୍ରୟୋଗାତ୍ମକ ଦିଗକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଠିକ୍ ସେହିପରି ନିଜେ ଗୋଟିଏ ଧର୍ମରେ ଦୀକ୍ଷିତ ଥିଲେ ମଧ୍ୟ ଅନ୍ୟ ଧର୍ମାବଲମ୍ବୀ ମାନଙ୍କ ପ୍ରତି ସମ୍ମାନ ଓ ସେମାନଙ୍କ ମକଦ୍ଦମାକୁ ଭଲପାଇ ଲଢ଼ିବାର କଳାକୌଶଳ ମଧ୍ୟ ମଧୁ ବିଚାର ଧାରାର ଅଂଶ ବିଶେଷ । ସେଥିପାଇଁ ତାଙ୍କ ଜୀବନରେ ପୁରୀ ଜଗନ୍ନାଥ ମନ୍ଦିରର ପରିଚାଳନାର ଦାୟିତ୍ୱ ସୂର୍ଯ୍ୟମଣି ପାଟ ମହାଦେଇ ହାତରୁ କାଢ଼ିନେବା ପାଇଁ ଇଂରେଜ ସରକାର କରିଥିବା ନିଷ୍ପତ୍ତି ବିରୁଦ୍ଧରେ କଲିକତା ହାଇକୋର୍ଟରେ ଲଢ଼ି ସେ ସଫଳ ହୋଇଥିଲେ । ଜୀବନର ସଂଘର୍ଷମୟ ତିକ୍ତ ଅଭିଜ୍ଞତା ଓ ତାଙ୍କ ବିରୁଦ୍ଧରେ ଅପପ୍ରଚାର ତାଙ୍କୁ କେବେ ପଛକୁ ଟାଣି ନେଇନଥିଲା । ନିଜ ଜୀବନ ମଧ୍ୟରେ ସେ ଆଇନ କଲେଜରେ ଆଇନ ଅଧ୍ୟାପନା କାର୍ଯ୍ୟକୁ ଆପଣେଇ ଥିଲେ । କୌଣସି ପାଉଣା ନ ନେଇ ଏହି ଅଧ୍ୟାପନା କାର୍ଯ୍ୟକୁ ଆପଣାଇଥିଲେ ମଧ୍ୟ ସେ ସୂଚାରୁ ରୂପେ ତୁଲାଇଥିଲେ । ନୀତିନିଷ୍ଠ ଆଦର୍ଶଗତ ଜୀବନଯାପନ କରିବା ଜଣେ ଯୁବ ଆଇନଜୀବୀ ପାଇଁ ଯେତେ ବଡ଼ ଆହ୍ୱାନ ସୃଷ୍ଟି କରେ ମଧୁବାବୁଙ୍କ ଜୀବନ ଆଦର୍ଶ ମଧ୍ୟ ଜଣେ ଯୁବ ଆଇନଜୀବି ମଧ୍ୟରେ ଆଜିର ସମାଜରେ ଆଦର୍ଶଗତ ଦ୍ୱନ୍ଦ ସୃଷ୍ଟି କରେ । ଆଙ୍ଗୁଠି ଗଣା ଆଇନଜୀବି ମଧୁ ଆଦର୍ଶର ଭାବଗତ ବିଚାରର ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରିତା ଦିଗରେ ଯେଉଁ ପ୍ରଶ୍ନ କରନ୍ତି ସେହି ପ୍ରଶ୍ନର ଉତ୍ତର ଦେବାବେଳେ ଆଜିର ସାମାଜିକ ପ୍ରସଙ୍ଗକୁ ମଧ୍ୟ ଦୃଷ୍ଟିରେ ରଖି ବିଚାର କରିବାର ଆବଶ୍ୟକତା ରହିଛି । ନିଜ ଜାତିକୁ ଭଲପାଇବା ଭଳି ବୃହତ୍ତର ଚିନ୍ତାରୁ ନିଜକୁ ମୁକ୍ତ ରଖି ନିଜର ପେଷାଗତ ବନ୍ଧୁ ଓ ପରିବାରବର୍ଗର ବ୍ୟକ୍ତିବିଶେଷକୁ ଭଲପାଇବା ଓ ସେମାନଙ୍କ କାର୍ଯ୍ୟପାଇଁ ମଧ୍ୟ ନିଜସ୍ୱ ପେଷାରୁ ସମୟ ଦେଇ କାର୍ଯ୍ୟ କରିବା ଜଣେ ଯୁବ ଆଇନଜିବୀ ପାଇଁ ମଧ୍ୟ ନୂତନ ଧରଣର ଅର୍ନ୍ତଦ୍ୱନ୍ଦ ସୃଷ୍ଟି କରିଛି । ସମାଜ ପ୍ରାସଙ୍ଗିକ ଆଇନଶିକ୍ଷା ଯେତେବେଳେ ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକର ପାଠ୍ୟକ୍ରମର ଖସଡ଼ାରୁ ଧିରେ ଧିରେ ହ୍ରାସ ପାଉଛି ସେତେବେଳେ ମଧୁ ଆଦର୍ଶ ଆହୁରି ଉଜ୍ଜ୍ୱୀବିତ ହୋଇ ଉଠୁଛି । ଭାରତର ଚିନ୍ତା ଓ ଚେତନାର ଏହି ବିରଳ ପ୍ରତିଭା ମଧୁବାବୁ ନିଜେ ପଚି ଶଢ଼ି ନିଜକୁ ତିଳତିଳ କରି କ୍ଷୟ କରି ଜାତୀୟ ଜୀବନର ସୂତ୍ରପାତ କରିଥିଲେ । ନିଜ ଜୀବନର ଶେଷ ସମୟରେ ମଧ୍ୟଜଣେ ପୁରୁଣା ମହକିଲଠାରୁ ପୁରୁଣା ଦେୟ ବାବଦରେ ପାଇଥିବା ୮୦୦/- ଟଙ୍କାକୁ କେଉଟ ସାହିର ନଳକୂପ ଖନନପାଇଁ କଟକର ତତ୍କାଳୀନ ନଗରପାଳ ଭାଗିରଥି ମହାପାତ୍ରଙ୍କୁ ବଢ଼ାଇ ଦେଇ ନିଜ ପରିବାରବର୍ଗଙ୍କୁ ଜୀବନର ଶେଷ ସମୟରେ ଭଗବାନ୍ ସତ୍ୟରକ୍ଷା ପାଇଁ ଏହି ଅର୍ଥ ପଠାଇଛନ୍ତି ବୋଲି ମଧୁବାବୁ କହିବାର ଘଟଣାବଳୀ ଅନେକ ପୁସ୍ତକରେ ସ୍ଥାନ ପାଇଛି । ଏହା ଦର୍ଶାଇଛି ଯେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜଣେ ଅର୍ଥ ସର୍ବସ୍ୱ ଆଇନଜୀବି ନୁହେଁ ସାମାଜିକ ଦାୟିତ୍ୱ ସମ୍ପନ୍ନ ଆଇନଜୀବି ଭାବେ ମଧୁବାବୁ ତାଙ୍କ ଜୀବନ ବିତାଇଥିଲେ । ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷାର ଦାୟିତ୍ୱ ଆଇନଜୀବି ମାନଙ୍କର । ଏହି ଦାୟିତ୍ୱକୁ ବହନ କଲାବେଳେ ଜଣେ ଆଇନଜୀବି ବହୁ ସଂଘାତ ଓ ସଂଘର୍ଷ ପୂର୍ଣ୍ଣ ଜୀବନ ଯାପନ କରିଥାଏ । ସାମାଜିକ ନିରାପତ୍ତା ନଥିବା, ମହକିଲଙ୍କର ଅତ୍ୟଧିକ ପେସାଗତ ଚାପର ପ୍ରଭାବରେ ଜଣେ ଆଇନଜୀବିର ଜୀବନ ଅନେକ ସମୟରେ ଯେଉଁ ରାସ୍ତା ଦେଇ ଗତି କରୁଥାଏ ତାହା କେବଳ ଜଣେ ଭୁକ୍ତଭୋଗୀ ଆଇନଜୀବି ହିଁ ଜାଣିଥାଏ । ସମାଜର ସଂଖ୍ୟାଗରିଷ୍ଠ ବ୍ୟକ୍ତି ବିଶେଷଙ୍କ ଭାବାବେଗ ଶିକାର ହୋଇଥିବା ଯେ କୌଣସି ଜଣେ ଅଭିଯୁକ୍ତ ପାଇଁ ମକଦ୍ଦମା ଲଢୁ଼ଥିବା ଆଇନଜୀବିଟି ଅନେକ ସମୟରେ ମଧ୍ୟ ସମାଜ ଆଖିରେ ଅଭିଯୁକ୍ତ ପାଲଟିଥାଏ । ଜଣେ ଅଭିଯୁକ୍ତ ପ୍ରକୃତରେ ଦୋଷୀ କିମ୍ବା ନିର୍ଦୋଷ ଏକଥାର ବିଚାର କରିବାର ଦାୟିତ୍ୱ ଜଣେ ଆଇନଜୀବିର ନୁହେଁ । ସେ କେବଳ ନିଜ ମହକିଲଙ୍କୁ ନିଜର ସମସ୍ତ ଆଇନଗତ ବୌଦ୍ଧିକ ଶକ୍ତିସାମର୍ଥ୍ୟକୁ ପୁିଭୂତ କରି ମକଦ୍ଦମା ପରିଚାଳନା କରି ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଏକ ମାଧ୍ୟମଭାବେ କାର୍ଯ୍ୟକରେ । ଆଇନଜୀବି ନିକଟରେ ତାର ମହକିଲଙ୍କ ବିଶ୍ୱାସନୀୟତା ହିଁ ସବୁଠାରୁ ବଡ଼ ମୂଳସମ୍ପଦ । ବିଚାରବିଭାଗୀୟ ଅଫିସର କିମ୍ବା ବିଚାରପତିଙ୍କ ନିକଟରେ ସେଥିପାଇଁ କୌଣସି ଭୟରେ ପ୍ରଭାବିତ ନ ହୋଇ ଜଣେ ଆଇନଜୀବି ନିଜର କର୍ତ୍ତବ୍ୟ ସମ୍ପାଦନା କରିଥାଏ । ଏହାହିଁ ମଧୁ ବିଚାରଧାରାର ଅଂଶବିଶେଷ । ନ୍ୟାୟ ବ୍ୟବସ୍ଥାକୁ ସମ୍ବଦ୍ଧଶାଳୀ ଶକ୍ତିଶାଳୀ କରିବା ସହିତ ଆଇନର ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ଦିଗରେ ଜଣେ ଆଇନଜୀବି ସମାଜର ଦିଗ୍ ଦର୍ଶନ ବାବେ କାର୍ଯ୍ୟ କରିଥାଏ ମଧୁବାବୁଙ୍କ ଜନ୍ମଜୟିନ୍ତୀ ପାଳନ ଅବସରରେ ଆଇନଜୀବି ମାନଙ୍କୁ ସେମାନଙ୍କ ନିଜସ୍ୱ ଆଇନଜୀବିର ଜୀବନକୁ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି । ଏହି ଆତ୍ମସମୀକ୍ଷା ପ୍ରଚଳିତ ସାମାଜିକ ବ୍ୟବସ୍ଥାରୁ ଉର୍ଦ୍ଧରେ ଆଦର୍ଶବାଦର ଭିତ୍ତିବୂମିରେ ନୁହେଁ ସାମଗ୍ରିକ ଦୃଷ୍ଟିକୋଣରୁ ସମାଜରେ ଆମମାନଙ୍କ ଭାବ ମୂର୍ତ୍ତି ଓ ମୂଲ୍ୟବୋଧର ଆଧାରରୁ ସମୀକ୍ଷା ହେବ ଉଚିତ । ନ୍ୟାୟିକ ଅନୁଷ୍ଠାନ ପବିତ୍ରତା, ବିଚାରପତିଙ୍କ ଭାବମୂର୍ତ୍ତି ରକ୍ଷା କରିବାର ଗୁରୁଦାୟିତ୍ୱ ମଧ୍ୟ ଆଇନଜୀବିର । ଆଇନଜୀବି ମାନଙ୍କୁ ଆଚାର ବ୍ୟବହାର ଏପରିକି ଅଦାଲତରେ ବ୍ୟବହାର କରୁଥିବା ଶବ୍ଦ ଗୁଡ଼ିକର ମଧ୍ୟ ପ୍ରଭାବ ଆମ ସମାଜ ଉପରେ ପଡ଼ିଥାଏ । ଆମ ଭଳି କୌଣସି ସମାଜର ପରିକଳ୍ପନା କରିପାରିବା ନାହିଁ ଯେଉଁଠାରେ ଦ୍ୱନ୍ଦ ନଥିବ । ଏଭଳି ଏକ ଦ୍ୱନ୍ଦାତ୍ମକ ସମାଜ ଆଜି କେବଳ ନାହିଁ ତାହା ମଧୁବାବୁ ତାଙ୍କ ଜୀବନକାଳ ମଧ୍ୟରେ ଦେଖି ମଧ୍ୟ ଆଇନଜୀବ ଭାବେ କିଭଳି ନିଜର ପେଷାକୁ ବ୍ୟବହାର କରିଥିଲେ ତାହାହିଁ ଆମ ଆଦର୍ଶ ହେବା ଉଚିତ । ଆମ ସମୟର ଆଇନଜୀବୀମାନେ ଆଇନଜୀବି ଦିବସ ପାଳନ କଲାବେଳେ ଆମ ଜୀବନାଦର୍ଶରେ ମଧୁବାବୁଙ୍କ ବିଚାରଧାରାକୁ ସ୍ଥାନ ଦେବାର ଆବଶ୍ୟକତା ଆମ ଜୀବନପାଇଁ ନୁହେଁ । ଜାତୀୟ ଜୀବନ ଓ ସାମାଜିକ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତ ବଂଶଧରମାନେ କେବଳ ଆଜିର ଦିବସରେ ଛୁଟି ଦିବସଭାବେ ବାର୍ ଆସୋସିଏସନ୍ର ମଧୁଜୟୁନ୍ତୀ ପାଳନ କଲାବେଳେ ମଧୁ ଆଦର୍ଶର ଆଚାରଗତ ଓ ବିଚାରଗତ ବ୍ୟବହାର ପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ନୂତନ ପରିବର୍ତ୍ତିତ ଚିନ୍ତାଧାରା ଅୟମାରମ୍ଭ ଯୁବ ଆଇନଜୀବିଙ୍କ ଉପରେ ନିର୍ଭର କରେ । ସେମାନେ ହିଁ ନ୍ୟାୟିକ ବ୍ୟବସ୍ଥାରେ ମଧୁ ଆଦର୍ଶକୁ ଉଜ୍ୱୀବିତ କରି ରଖି ପାରିବେ ।
Friday, April 27, 2018
ଆଇନଜୀବୀର ଅନ୍ତରାତ୍ମାରେ ମଧୁ ବିଚାରଧାରା
୨୭/୦୪/୨୦୧୮

ଉତ୍କଳ ଗୌରବ ମଧୁବାବୁଙ୍କ ସ୍ମୃତିରେ
୨୭/୦୪/୨୦୧୮
‘ତୁମ ପରି ଛୋଟ ପିଲାଟିଏ / ଗାଁ ଚାହାଳୀର ଚାଟ ସିଏ / ଚେହେରାଟି ତାର ଡଉଲ ଡାଉଲ / ବୁଦ୍ଧିରେ ତାହାକୁ ସରି କିଏ?’ । ସେହି ପିଲା ଦିନେ ବଡ ହେଲା / ମଧୁ ବାରିଷ୍ଟର ବୋଲାଇଲା / କହିଲା ଜାତିର କାନେ କାନେ / ଉଠିବୁ ତୁ ଆଉ କେତେ ଦିନେ / ? ପୂରୁବ ଗୌରବ ପୁରୁବ ମହିମା / ପଡୁନାହିଁ କିରେ ତୋର ମନେ’- ?- ସେ ଯୋଗଜନ୍ମା କାଳଜୟୀ ମହାପୁରୁଷ ଅନ୍ୟ କେହି ନୁହନ୍ତି ସେ ହେଉଛନ୍ତି, ଉତ୍କଳ ଗୌରବ ମଧୁସୂଦନ । ସେ କଟକ ସାଲେପୁରର ସତ୍ୟାଭାମପୁର ଗ୍ରାମରେ ମହୀୟସୀ ମାତା ପାର୍ବତୀ ଦେବୀ ଓ ପିତା ଚୌଧୁରୀ ରଘୁନାଥ ଦାସଙ୍କ କୋଳମଣ୍ଡନ କରିଥିଲେ ୨୮ ଏପ୍ରିଲ ୧୮୪୮ ମସିହା । ସେ କେବଳ ଜଣେ ବ୍ୟକ୍ତିବିଶେଷ ନଥିଲେ ସେ ଓଡିଆ ଜାତି, ଭାଷା ଓ ସର୍ବୋପରି ଓଡିଆ ଅସ୍ମିତାର ସର୍ବଶ୍ରେଷ୍ଠ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ଯୁବାବସ୍ଥାରେ ସେ ଅନୁଭବ କଲେ ଓଡିଆ ଜାତିର ଜୀବନ ଜାତୀୟ ଚରିତ୍ରକୁ ଓ ଭାଷାକୁ ଦେଶପ୍ରେମରେ ପ୍ଲାବିତ କରି ସ୍ୱାଧୀନତାର ସୁନେଲି ସ୍ୱପ୍ନରେ ପରିପୃକ୍ତ କରିବା ପାଇଁ ନେଲେ ଭୀଷ୍ମ ଶପଥ । ସବସ୍ୱର୍ ସମର୍ପଣର ନେଲେ ଯୁଗାନ୍ତକାରୀ ବଜ୍ର ଶପଥ । ଉକ୍ରଳ ଦୀପିକାର ପ୍ରତିଷ୍ଠାତା କର୍ମବୀର ଗୌରୀଶଙ୍କର ରାୟଙ୍କ ସାହାଯ୍ୟ ନେଇ ମଧୁସୂଦନ ଦାସ ୧୮୮୨ ମସିହାରେ ଉକ୍ରଳ ସଭା ଗଠନ କଲେ । ଏହାଥିଲା ଏକ ରାଜନୈତିକ ମଞ୍ଚ । ୧୮୯୫ ମସିହା ଜାନୁଆରୀ ୧୫ ତାରିଖରେ ଯେତେବେଳେ ଓଡିଆ ଭାଷାକୁ ଉଚ୍ଛେଦ କରି ହିନ୍ଦି ଭାଷା ପ୍ରଚଳନ କଲେ ସେତେେବେଳ ମଧୁସୂଦନ ଦାସ, ଗଙ୍ଗାଧର ମେହେର, ମଧୁସୂଦନ ରାଓ ଏହାର ତୀବ୍ର ବିରୋଧ କରିଥିଲେ ଓ ଲର୍ଡ କର୍ଜ୍ଜନଙ୍କୁ ଭେଟିଥିଲେ । ୧୮୮୬ ମସିହାରେ ସେ ବଙ୍ଗାଳୀ ଭାଷାର ପ୍ରଚଳନ ବିରୁଦ୍ଧରେ ଓ ଲେଡି ଥମସ୍ ମହିଳା ଡାକ୍ତରଖାନା ରେଭେନ୍ସା କଲେଜ କ୍ୟାମ୍ପସରେ ସ୍ଥାପନା ପାଇଁ ଅଗ୍ରଣୀ ଭୂମିକା ନେଇଥିଲେ । ମହାତ୍ମାଗାନ୍ଧୀଙ୍କ ବହୁ ପୂର୍ବରୁ ମଧୁବାବୁ କଟକ ନଗରପାଳିକା ହାଟରୁ ଲୁଣ କର ହଟାଇବା ପାଇଁ ୧୧ ଫେବୃୟାରୀ ୧୮୮୮ ରେ ବ୍ରିଟିଶ ସରକାରଙ୍କ ପାଖରେ ଦୃଢ଼ ଦାବି କରିଥିଲେ । ସେତେବେଳେ ଓଡିଶାର ଲୋକଙ୍କର ମୁଣ୍ଡପିଛା ଆୟ ମାତ୍ର ୨୦ଟଙ୍କା ଥିଲା । ୧୧ ମେ ୧୮୮୫ରେ ମଧୁବାବୁ ସମ୍ବଲପୁରରେ ହିନ୍ଦିର ପ୍ରଚଳନ କେବଳ ବିରୋଧ କରିନଥିଲେ ବରଂ ଓଡିଶା ଡିଭିଜନ ସହ ମିଶ୍ରଣ ପାଇଁ ପ୍ରବଳ ଯୁକ୍ତି ଉପସ୍ଥାପନ କରିଥିଲେ । ୧୪ ମାର୍ଚ୍ଚ ୧୯୮୮ ମସିହାରେ ମଧୁବାବୁ ବେଙ୍ଗଲ ବିଧାନସଭା ପରିଷଦକୁ ଛୋଟନାଗପୁର ଆସନରୁ ନିର୍ବାଚିତ ହୋଇଥିଲେ । ୧୮୯୬ ମସିହାରେ ସେ ବେଙ୍ଗଲ ବିଧାନସଭା ପରିଷଦରେ ଓଡିଆମାନଙ୍କର ଉଚ୍ଚଶିକ୍ଷା ପାଇଁ ବୈଧାନିକ ଯୁକ୍ତି ଉପସ୍ଥାପନ କରିଥିଲେ । କୂଳବୃଦ୍ଧ ମଧୁସୂଦନ ଏ ନବ୍ୟ ଓଡ÷ିଶାର ସୃଷ୍ଟିକର୍ତ୍ତା ପ୍ରଥମ ଓଡିଆ ବାରିଷ୍ଟର, ପ୍ରଥମ ସ୍ନାନତକତ୍ତେର, ପ୍ରଥମ ବିଧାୟକ ମନ୍ତ୍ରୀ, ପ୍ରଥମ ବିଲାତ ଫେରନ୍ତା ଓ ସ୍ୱାୟତ ଶାସନର ପ୍ରଥମ ପ୍ରଚାରକ ଓ ପ୍ରତିଷ୍ଠାତା । ମଧୁବାବୁଙ୍କ ଜନ୍ମରୁ ହିଁ ଆଧୁନିକ ଓଡିଶାର ଜନ୍ମ । ତାଙ୍କ ଜୀବନ କାହାଣୀ ଓଡିଶାର ଅର୍ଦ୍ଧଶତାବ୍ଦୀର ଇତିହାସ, ସାହିତ୍ୟ, ସଂସ୍କୃତି ସହ ଓତଃପ୍ରତ ଭାବେ ଜଡିତ । ତାଙ୍କୁ ଛାଡି ଓଡିଶା ଅପୂର୍ଣ୍ଣାଙ୍ଗ, ଅଧୁରା ଓ ଅସମାହିତ । ସାର ରିଚାର୍ଡ ଗର୍ଗଙ୍କ ଉପଦେଶ କ୍ରମେ ସେ କଟକକୁ ୨୫.୦୯.୧୮୮୧ରେ ପ୍ରତ୍ୟାବର୍ତ୍ତନ କଲେ ଏବଂ ତାଙ୍କରି ପ୍ରଚେଷ୍ଟାରେ କଟକରେ ପ୍ରଥମ ବାଳିକା ଉଚ୍ଚବିଦ୍ୟାଳୟ ଓ ପୁସ୍ତକାଳୟ ସ୍ଥାପନ କରାଗଲା । ଉକ୍ରଳ ସଭା ଅଗଷ୍ଟ ୩ ତାରିଖ ୧୮୮୮ରେ ଜମିଦାର କାଶୀନାଥ ଦାସଙ୍କ ସଭାପ୍ତିତ୍ୱରେ ଅଗଷ୍ଟ ୨୧, ୧୮୮୯ରେ ହୋଇଥିଲା । ଯାହାର ସଂପାଦକ ଗୌରୀଶଙ୍କର ରାୟ ଓ ଉପସଭାପତି ମଧୁବାବୁ ଥିଲେ । ମଧୁବାବୁ ୧୮୮୫ ମସିହାରେ ସାର୍ ରିଚାର୍ଡ ଥମସନ୍ଙ୍କୁ ଓଡିଶାର କୃଷି ଓ ଅର୍ଥନୈତିକ ଉନ୍ନତି ପାଇଁ ଯଥା ଜଳସେଚନ, ଶିଳ୍ପ ଓ ରେଳବାଇର ସଂପ୍ରସାରଣ ସହ ସମ୍ବଲପୁର ସହିତ ଗାମର ମିଶ୍ରଣ ପାଇଁ ବ୍ରିଟିଶ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ । ମଧୁବାବୁ ୧୮୮୬ ରୁ ୧୮୯୮ ପର୍ଯ୍ୟନ୍ତ ଜାତୀୟ କଂଗ୍ରେସରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ଭାଷାଭିତ୍ତିକ ଏକ ସ୍ୱତନ୍ତ୍ର ଓଡିଶା ଗଠନ କରିବାକୁ ଜାତୀୟ କଂଗ୍ରେସ ପ୍ରତ୍ୟାଖ୍ୟାନ କରିବାରୁ ସେ ସେଥିରୁ ଓହରି ଆସି ଏକ ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଭୀଷ୍ମ ଶପଥ ନେଲେ ଏବଂ କଂଗ୍ରେସ ଠାରୁ ଓହରି ଆସିଲେ । ୧୮୮୬ ମସିହାରେ ଗଜପତି ରାଜା ଦିବ୍ୟସିଂହ ଦେବଙ୍କୁ ହତ୍ୟାମାମଲାରେ ଜଡିତ କରି ଇଂରେଜ ସରକାର କଳାପାଣି ଦଣ୍ଡରେ ଦଣ୍ଡିତ କରିଥିଲେ । ତାଙ୍କ ଅବର୍ତମାନରେ ତାଙ୍କ ନାବଳକ ପୁତ୍ରଙ୍କୁ ଜଗନ୍ନାଥଙ୍କ ସେବାରୁ ବଂଚିତ କରିବା ସହିତ ରାଜ୍ୟର ଶାସନ ବ୍ୟବସ୍ଥାକୁ ନିଜ ହାତକୁ ନେଇଥିଲେ । ଏହା ବିରୁଦ୍ଧରେ ମଧୁବାବୁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିଥିଲେ ଏବଂ ଶେଷରେ କଲିକତା ଉଚ୍ଚନ୍ୟାୟାଳୟରେ ବିଜୟ ଲାଭ କଲାପରେ ଫଳରେ ଜଗନ୍ନାଥ ମନ୍ଦିରର ପ୍ରଶାସନିକ ସେବା ଅଧିକାର ଗଜପତିଙ୍କ ହସ୍ତରେ ପୁନଃ ନ୍ୟସ୍ତ୍ୟ କରାଗଲା ଓଡିଆ ଜାତିର ସ୍ୱାଭିମାନ ସୁରକ୍ଷିତ ହୋଇରହିଲା । ଲାଲମୋହନ ଘୋଷଙ୍କ ସଭାପତିତ୍ୱରେ ଡିସେମ୍ବର ୨୮-୩୦-୧୯୦୩ରେ ମାଡ୍ରାସରେ ବସିଥିଲା । ଓଡିଆ ନେତାମାନଙ୍କର ସତ ପ୍ରଚେଷ୍ଟା ସତ୍ୱେ ମଧ୍ୟ ସ୍ୱତନ୍ତ୍ର ଓଡିଶା ଗଠନ ପ୍ରସ୍ତାବ ଆଲୋଚନାରେ ସ୍ଥାନ ପାଇଲା ନାହିଁ । ତେଣୁ ସେତେବେଳେ ଓଡିଶାର ଅଗ୍ରଗଣ୍ୟ ସ୍ୱାଧୀନଚେତା ନେତୃବର୍ଗ ଚିନ୍ତା କଲେ, କଂଗ୍ରେସ ଦ୍ୱାରା ଓଡିଶାର ସ୍ୱାର୍ଥ, ସ୍ୱାଭିମାନ, ଅସ୍ତିତ୍ୱ ଓ ଅସ୍ମିତାର ସଫଳ ରୂପାୟନ ସମ୍ଭବପର ନୁହେଁ, ସେହି ଜାତିପ୍ରେମ ବହ୍ନିରୁ ଉତ୍କଳ ସମ୍ମିଳନୀ ଜନ୍ମ ନେଲା । ୧୯୦୨ ଗାମର ବ୍ରହ୍ମପୁରଠାରେ ଦକ୍ଷିଣ ଓଡିଆ ସମ୍ମିଳନୀ ସଭା ଗଠିତ ହୋଇ ସ୍ୱତନ୍ତ୍ର ପ୍ରଦେଶ ପାଇଁ ଦାବୀ କରାଯାଇଥିଲା । ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାରେ ଉତ୍କଳ ସମ୍ମିଳନୀ ଜନ୍ମ ହେଲା । ଏଥିରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟରଥୀ ରାଧାନାଥ ରାୟ, ନନ୍ଦକିଶୋର ବଳ, ପ୍ରକୃତି କବି ଗଙ୍ଗାଧର ମେହେର, ଗୋପାଳ ଚନ୍ଦ୍ର ପ୍ରହରାଜ, ଦକ୍ଷିଣରୁ କୃଷ୍ଣଚନ୍ଦ୍ର ଗଜପତି, ମୟୁରଭରୁ ଶ୍ରୀ ରାମଚନ୍ଦ୍ର ଭଦେଓ ଖ୍ୟାତାନାମ ବ୍ୟକ୍ତିଙ୍କର ଅକୁଣ୍ଠ ସହଯୋଗ ରହିଲା । ମଧୁସୂଦନ ରାଓ ଉତ୍କଳ ସାହିତ୍ୟ ସମାଜର ଏକ ବାର୍ଷିକ ଅଧିବେଶନ ୧୯୦୩ ମସିହା ଡିସେମ୍ବର ୨୯ ତାରିଖରେ କଟକରେ ଡାକିଥିଲେ । ଏଥିରେ ସଭାପତିତ୍ୱ କରିଥିଲେ, ରାଧାନାଥ ରାୟ । ଏହାର ଠିକ୍ ପରଦିନ ଡିସେମ୍ବର ୩୦ ତାରିଖରେ ପ୍ରଥମ ଉତ୍କଳ ସମ୍ମିଳନୀ କଟକର ଇଦ୍ଗା ପଡିଆରେ ଅନୁଷ୍ଠିତ ହେଲା । ଏହି ଉତ୍କଳ ସମ୍ମିଳନୀରେ ପ୍ରାରମ୍ଭିକ ସଂଗୀତ ରୂପେ ରାଧାନାଥ ରାୟଙ୍କ ସଂସ୍କୃତ ଭାଷାରେ ରଚିତ, ' ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟେ' ଗାନ କରାଯାଇଥିଲା । ଏହି ସମ୍ମିଳନୀରେ ସେତେବେଳେ ରେଭେନ୍ସାରେ ପାଠପଢୁଥିବା ଗୋପବନ୍ଧୁ ଦାସ ଜଣେ ସ୍ୱେଚ୍ଛାସେବୀ ଭାବରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଢିବା ପାଇଁ ସର୍ବ ସମ୍ମତି ରୁପେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଓଡିଶାର ସୀମା କେବଳ ଉପକୂଳ ଜିଲ୍ଲାରେ ଆବଦ୍ଧ ନୁହେଁ ଓଡିଆ ଭାଷା ଭାଷୀ ଛତିଶଟି ଗଡଜାତ ରାଜ୍ୟ ସହିତ ଉତରରେ ମେଦିନୀପୁର, ପଶ୍ଚିମରେ ଷଢେଇକଳା, ଖରସୁଆଁ, ଦକ୍ଷିଣରେ ମଂଜୁଷା ଓ, ଇଚ୍ଛାପୁରମ୍ , ପ୍ରଭୃତି ଅଂଚଳ ପର୍ଯ୍ୟନ୍ତ ଓଡିଶାର ସୀମା ପରିବ୍ୟାପ୍ତ ବୋଲି ମତ ପ୍ରକାଶ ପାଇଥିଲା । ଓଡିଶାରେ ରହୁଥିବା ଯେ କୋ÷ଣସି ଧର୍ମ ଜାତି , ଭାଷାଭାଷୀ ଲୋକଙ୍କୁ ଓଡିଆ ଭାବରେ ଚିହ୍ନିତ କରିବା ପାଇଁ ଅହ୍ୱାନ ଦେଇଥିଲେ । ଓଡିଆ ସ୍ୱାତନ୍ତ୍ର୍ୟର ପରିଚୟ ରୂପେ ସେ ଉତ୍କଳ ସମ୍ମିଳନୀରେ ଓଡିଆ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପଗଡିର ପରିକଳ୍ପନା କରିଥିଲେ ଏବଂ ନିଜେ ସେଭଳି ଏକ ପଗଡି ପିନ୍ଧି ଉତ୍କଳ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ । ମଧୁବାବୁଙ୍କ ପ୍ରଚଳିତ ଏହି ପଗଡି ମଧ୍ୟ ଓଡିଶାର ପ୍ରଚଳିତ ଓ ପ୍ରସାରିତ ହୋଇଥିଲା । ମଧୁବାବୁଙ୍କ ପ୍ରଚେଷ୍ଟାର ଓଡିଶାରେ ବିଭିନ୍ନ ସ୍ୱାୟତ ଶାସନ ବ୍ୟବସ୍ଥାରେ ନିର୍ବାଚନରେ ଓଡିଆଙ୍କ ଅଂଶ ଗ୍ରହଣ ନାରୀଶିକ୍ଷାର ବିକାଶ, ଶିଳ୍ପର ବିକାଶ, କଟକର ତାରକଷି କାମର ବିକାଶ, ଏବଂ ତାଙ୍କରି ପ୍ରେରଣାରେ ଓଡିଆମାନଙ୍କର ଦାବୀ ହସଲପାଇଁ ବିଭିନ୍ନ ସଂଗଠନ ସୃଷ୍ଟି ହେବା ସହିତ ଓଡିଶାରେ ଏକ ନବଜାଗରଣର ଉନ୍ମାଦନା ଖେଳିଗଲା ୧୯୨୧ ମସିହାରେ ମଧୁବାବୁ ବିହାର ଓ ଓଡିଶାର ମନ୍ତ୍ରୀ ହେଲେ । ତାଙ୍କର ନ୍ୟାୟ ସଂଗତ ବାଗ୍ମିତା ବିଧାନସଭାକୁ ସ୍ତବ୍ଧ କରୁଥିଲା । ଯେଉଁଦିନ ମଧୁବାବୁ ଲୋକପ୍ରତିନିଧି ଭାବେ ମନ୍ତ୍ରୀମାନେ ଦରମା ନେବା ଉଚିତ ନୁହେଁ ଭାରତ ବର୍ଷରେ ପ୍ରଶ୍ନ ଉତଥାପନ କଲେ, ସେ ପ୍ରସ୍ତାବ ତାଙ୍କର ଗ୍ରହଣୀୟ ହେଲା ନାହିଁ । ତେଣୁ ସେ ୧୯୨୩ ମସିହା ମାର୍ଚ୍ଚ ୮ ତାରିଖ ଦିନ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ମଧୁବାବୁ ୧୯୩୦ ମସିହାରେ ଲଣ୍ଡନର ଗୋଲ ଟେବୁଲ ବୈଠକରେ ଯୋଗ ଦେଇଥିଲେ । ସେତେବେଳେ ତାଙ୍କର ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବୀକୁ ଇଂରେଜ ସରକାର ଗ୍ରହଣ କରିଥିଲେ । ୧୯୩୨ ମସିହାରେ ସାଇମନ୍ କମିଶନ ଆଗମନକୁ କଂଗ୍ରେସ ପ୍ରତ୍ୟାଖାନ କରିଥିବା ବେଳେ କମିଶନ ସ୍ୱତନ୍ତ୍ର ଓଡିଶା ଗଠନର ସପକ୍ଷରେ ଥିବାରୁ ମଧୁବାବୁ ସାଇମନ୍ କମିଶନଙ୍କୁ ସ୍ୱାଗତ ଜଣାଇଥିଲେ ଯାହାର ଫଳଶ୍ରୁତି ସ୍ୱରୂପ ଓଡିଶାର ସୀମା ନିର୍ଦ୍ଧାରଣ ପାଇଁ ଓଡନେଲ କମିଟି ଗଠନ ହେଲା । ୧୯୩୬ ମସିହା ଏପ୍ରିଲ ପହିଲାରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟରୂପେ ଆତ୍ମ ପ୍ରକାଶ କଲା । ବିହାରି ବାବୁ ରାଜେନ୍ଦ୍ର ପ୍ରସାଦଙ୍କ ପରି କେତେକ କଂଗ୍ରେସ ନେତା ଷଢେଇ କଳା , ଖରସୁଆଁ ଓଡିଶା ବାହାରେ ରହୁ ବୋଲି ଚାହୁଁଥିଲେ । ତାହା ହିଁ ହେଲା । ସିଂହଦେଓଙ୍କର କ୍ଷୁଦ୍ର ସ୍ୱାର୍ଥ ଯୋଗୁଁ ଓଡିଶାର ଅପୁରନ୍ତ କ୍ଷତି ହେଲା । ଓଡିଶାର ବହୁ ଅଞ୍ଚଳ ଇଛାପୁର, ମୁଷା, ଟିକାଲି, ଜଳନ୍ତର, ବୁଡାଇସିଂ, ପାଡେରୁ, ସୁଜନକୋଟା, ସିଂହଭୂମି ଜିଲ୍ଲା, କଣ୍ଡାଇ, ତାମ୍ର ଲୋକ, ମଧ୍ୟପ୍ରଦେଶର ସଂକରା ଗ୍ରାମକୁ, ଫୁଲଝର, ବସ୍ତରର ସୀମାବତ୍ତୀ ଅଂଚଳ ଆଉ ଓଡିଶାକୁ ଫେରିଆସିଲା ନାହିଁ । କେନ୍ଦ୍ର ସରକାର ବି ଆନ୍ତରିକତା ରଖିଲେ ନାହିଁ । ବିଶାଖାପାଟଣା, ବିଜୟାନଗରମ୍ ବି ଓଡିଶାରୁ ଚାଲିଗଲା । ଆନ୍ଧ୍ର କବଳରେ କୋରେଡା ଗ୍ରାମର ୨୭୦ ପରିବାର, ଗଜପତି ଜିଲ୍ଲାର ନଳବନ୍ତକୁ ନେଇ ୧୯୩୬ ମସିହାରୁ ସୀମା ବିବାଦ ଲାଗି ରହିଛି । କୁଟିଆ ଗ୍ରାମକୁର ୨୨ ଖଣ୍ଡ ଗାଁ, କୋରାପୁଟର ୨୨ ଖଣ୍ଡ ଗାଁ, ରାୟଗଡାର ୯ ଖଣ୍ଡ ଗାଁ, ଗାମର ୧୪ ଖଣ୍ଡ ଗାଁ, ମୟୁରଭର ୧୦ଖଣ୍ଡ ଗାଁ, କେନ୍ଦ୍ୁଝରର ୫ଖଣ୍ଡ ଗାଁ, ଗଜପତିର ୧୪ ଖଣ୍ଡ ଗାଁ, ବାଲେଶ୍ୱରର ୨ ଖଣ୍ଡ ଗାଁ ଏ ସବୁ ସୀମା ବିବାଦ ଘେରରେ ରହିଗଲା । କିନ୍ତୁ ଏ ସବୁ ଦେଖିବାକୁ ମଧୁବାବୁ ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ସେ ଇହଲୀଳା ସମ୍ବରଣ କଲେ । ମଧୁବାବୁଙ୍କର ତ୍ୟାଗ ବିଶ୍ୱ ଇତିହାସରେ ବିରଳ ଓ ଅନନ୍ୟ । କୂଳବୁଦ୍ଧ ମଧୁସୂଦନ ଏ ନବ୍ୟ ଓଡିଶାର ସୃଷ୍ଟିକର୍ତ୍ତା ସେ ପ୍ରଥମ ଓଡିଆ ଗ୍ରାଜୁଏଟ୍ , ପୋଷ୍ଟଗ୍ରାଜୁଏଟ୍, ପ୍ରଥମ ଓକିଲ, ତଥା ପ୍ରଥମ ବିଧାୟକ, ପ୍ରଥମ ମନ୍ତ୍ରୀ ପ୍ରଥମ ବିଲାତ ଯାତ୍ରୀ, ଓ ସ୍ୱାୟତ୍ତ ଶାସନର ପ୍ରଥମ ପଚାରକ, ପ୍ରତିଷ୍ଠାତା । ମଧୁବାବୁଙ୍କ ଜନ୍ମରୁ ହିଁ ଆଧୁନିକ ଓଡିଶାର ଜନ୍ମା ତାଙ୍କ ଜୀବନ କାହାଣୀ ଓଡିଶାର ଅର୍ଦ୍ଧଶତାଦ୍ଦୀର ଇତିହାସ, ସାହିତ୍ୟ, ସଂସ୍କୃତି ସହ ଓତଃପ୍ରୋତଃ ଭାବେ ଜଡିତ । ତାଙ୍କୁ ଛାଡି ଓଡିଶା ଅପୂର୍ଣ୍ଣାଙ୍ଗା, ମଧୁରା ଓ ଅସମାହିତ । ସାର ରିଚାର୍ଡ ଗର୍ଗଙ୍କ ଉପଦେଶ କ୍ରମେ ସେ କଟକରୁ ୨୫. ୦୯. ୧୮୮୧ରେ ପ୍ରତ୍ୟାବର୍ତ୍ତନ କଲେ ଏବଂ ତାଙ୍କରି ପ୍ରଚେଷ୍ଟାରେ କଟକ ବାଳିକା ଉଚ୍ଚବିଦ୍ୟାଳୟ ଓ ପୁସ୍ତକାଳୟ ସ୍ଥାପନ କରାଗଲା । ଉତ୍କଳ ସଭା ଅଗଷ୍ଟ ୩ ତାରିଖ ୧୮୮୮ ରେ ଜମିଦାର କାଶୀନାଥ ଦାସଙ୍କ ସଭାପତିତ୍ୱରେ ଅଗଷ୍ଟ ୨୧, ୧୮୮୮ ରେ ହୋଇଥିଲା । ଯାହାର ସଂପାଦକ ଗୋ÷ରୀଶଙ୍କର ରାୟ ଓ ଉପସଭାପତି ମଧୁବାବୁ ଥିଲେ । ମଧୁବାବୁ ୧୮୮୫ ମସିହାରେ ସାର ରିଚାର୍ଡ ଥମସନ୍ଙ୍କୁ ଓଡିଶାର କୃଷି ଓ ଅର୍ଥନୈତିକ ଉନ୍ନତି ପାଇଁ ଯଥା ଜଳସେଚନ, ଶିଳ୍ପ ଓ ରେଳବାଇର ସଂପ୍ରସାରଣ ସମ୍ବଲପୁର ସହିତ ଗଂଜାମର ମିଶ୍ରଣ ପାଇଁ ବ୍ରିଟିଶ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ । ମଧୁବାବୁ ୧୮୮୬ରୁ ୧୮୯୮ ପର୍ଯ୍ୟନ୍ତ ଜାତୀୟ କଂଗ୍ରେସର ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ଭାଷା ଭିତିକ ଏକ ସ୍ୱତନ୍ତ୍ର ଓଡିଶା ଗଠନ କରିବାକୁ ଜାତୀୟ କଂଗ୍ରେସ ପ୍ରତ୍ୟାଖ୍ୟାନ କରିବାକୁ ସେ ସେଥିରୁ ଓହରି ଆସି ଏକ ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଭୀଷ୍ମ ଶପଥ ନେଲେ ଏବଂ କଂଗ୍ରେସ ଠାରୁ ଓହରି ଆସିଲେ । ତାଙ୍କ ବିଷୟରେ ଭାରତର ବିଭିନ୍ନ ରାଜନୈତିକ ଦଳରେ ମତବାଦର ପରିଚୟ ମଧ୍ୟ ମିଳିଥାଏ । ଜଣେ ସାମାଜିକ କର୍ମୀ ଶିକ୍ଷା ଓ ଶିଳ୍ପର ପୃଷ୍ଠପୋଷକ ତଥା ରାଜନୈତିକ ଅଧିକାରର ପ୍ରବକ୍ତା ଭାବେ ସେ ଏ ଭଳି କୋ÷ଣସି ପଦକ୍ଷେପ ଗ୍ରହଣ କରିନଥିଲେ ଯାହାକୁ ତାଙ୍କ ବିରୋଧୀମାନେ ଅନାବଶ୍ୟକ ବୋଲି ସମାଲୋଚନା କରିବେ । ସେ ଜଣେ ଦୃଢ ଇଶ୍ୱରବିଶ୍ୱାସୀ, ଯିଏ ସତ୍ୟ, ଓ ନୀତିନିଷ୍ଠ ମଣିଷ ଥିଲେ । ଏଇଭଳି ଭାବେ ଜଣେସାଧୁ, ନିସ୍ୱାର୍ଥ ଏବଂ ସାହାସୀ ମହାନ ନେତାଙ୍କର ଜୀବନ ଓ ଦର୍ଶନ ଆଜିର ଭାରତକୁ ଗୋ÷ରବଶଳୀ କରିବା ସହିତ ଦେଶଣ ମୁକ୍ତି ସଂଗ୍ରାମ ଓ ପ୍ରଗତୀରେ ସହାୟକ ହୋଇପାରିବ ଏହା ନିଃସଂଶୟ ।

Wednesday, April 25, 2018
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
୨୫/୦୪/୨୦୧୮
ମହାରାଜା କୃଷ୍ଣଚନ୍ଦ୍ର ଗଜପତ
ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ତାଙ୍କ ନାମ ଅନୁସାରେ ଗଜପତି ଜିଲ୍ଲାର ନାମକରଣ ହୋଇଛି । ପ୍ରଥମ ବିଶ୍ୱଯୁଦ୍ଧରେ କ୍ୟାପେଟନ୍ ଦାୟିତ୍ୱ ତୁଲାଇଥିବା ଏହି ମହାନ ପୁରୁଷଙ୍କ ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରତି ଅତୁଟ ପ୍ରେମ ରହିଥିଲା । ଓଡ଼ିଆ ଭାଷା ସାହିତ୍ୟ, କଳା, ସଂସ୍କୃତି, କ୍ରୀଡ଼ା, ଅଶ୍ୱରୋହଣ ପ୍ରତି ତାଙ୍କର ରହିଥିଲା ଅହେତୁକ ଆଗ୍ରହ । ଗୋପବନ୍ଧୁ, ମଧୁସୂଦନ, ଫକୀରମୋହନ ଆଦିଙ୍କ ସହ ହାତ ମିଳାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ରାଜା କୃଷ୍ଣଚନ୍ଦ୍ର ଗଜପତି ଅଶେଷ ଯାଗଦାନ ଦେଇଥିଲେ । ଉକ୍ରଳ ସମ୍ମିଳନୀର ସଦସ୍ୟ ଭାବେ ୧୯୩୦ ନଭେମ୍ବର ୧୬ ତାରିଖରେ ଲଣ୍ଡନରେ ଆୟୋଜିତ ଗୋଲ୍ ଟେବୁଲ ବୈଠକରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପାଇଁ ସେ ଇଂରେଜ ସରକାରଙ୍କ ସମ୍ମୁଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ତାଙ୍କରି ଏହି ପ୍ରସ୍ତାବ ବାସ୍ତବ ରୂପ ନେଇଥିଲା । ୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶା ଆମ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେବାର ଗୌରବ ଲାଭ କଲା । ସେ ସ୍ୱତନ୍ତ୍ର ଉକ୍ରଳର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କଲେ । ଉକ୍ରଳ ବିଶ୍ୱବିଦ୍ୟାଳୟ, କଟକ ବଡ଼ମେଡ଼ିକାଲ, କଟକ ବିଦ୍ୟାଧରପୁର ଠାରେ ଧାନ ଗବେଷଣା କେନ୍ଦ୍ର ଆଦି ଅନୁଷ୍ଠାନ ସମେତ ବହୁ ଶିକ୍ଷାନୁଷ୍ଠାନ, ଶିଳ୍ପକେନ୍ଦ୍ର, ଡାକ୍ତରଖାନା ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ତାଙ୍କରି ଯୋଗୁଁ ଦକ୍ଷିଣ ଓଡ଼ିଶାରେ କୃଷି ଏବଂ ଜଳସେଚନ ବ୍ୟବସ୍ଥାର ବ୍ୟାପକ ବିକାଶ ହୋଇପାରିଥିଲା । ଗଞ୍ଜାମ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ରୂପେ ପରିଚିତ ହୋଇପାରିଥିଲା । ଦେଶ ବିଦେଶରୁ ବହୁ ଉପାଧି ପ୍ରାପ୍ତ କରିଥିବା ରାଜା କୃଷ୍ଣଚନ୍ଦ୍ର ଗଜପତି ଇଂଲଣ୍ଡ ସରକାରଙ୍କ ଠାରୁ ସମ୍ମାନଜନକ ନାଇଟହୁଡ଼୍ ଉପାଧିରେ ସମ୍ମାନିତ ହୋଇଥିଲେ । ଭାରତୀୟ ସମ୍ବିଧାନ ପ୍ରଣୟନରେ ମଧ୍ୟ ତାଙ୍କର ଯୋଗଦାନ ରହିଥିଲା । ଓଡ଼ିଶା ମାଟିର ଏହି ବରପୁତ୍ର ୧୮୯୨ ମସିହା ଏପ୍ରିଲ ୨୬ ତାରିଖରେ ପାରଳାଖେମୁଣ୍ଡି ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

Friday, April 13, 2018
ଡ. ଆମ୍ବେଦକର ଓ ସଂସ୍କୃତ ଭାଷା
http://odisha-samachar.blogspot.in/2018/04/w-uuke-i-ioaez-buhu.html
ଭାରତର ସାମାଜିକ ବିପ୍ଲବର ଅଗ୍ରଦୂତ ତଥା ସମ୍ବିଧାନ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବାବାସାହେବ ଭୀମରାଓ ଆମ୍ବେଦକରଙ୍କର ଜୀବନର ସଠିକ ମୂଲ୍ୟାୟନ ବର୍ତମାନ ସୁଦ୍ଧା ହୋଇ ପାରି ନାହିଁ । ତାଙ୍କୁ ବର୍ତମାନ ମଧ୍ୟ ଜଣେ ଦଳିତ ମାନଙ୍କ ବିଷୟରେ ଚିନ୍ତା କରୁଥିବା ନେତା ଭାବେ ଚିତ୍ରିତ କରାଯାଇଛି, ଯାହାକି ତାଙ୍କର ବାସ୍ତବିକ ମହାନ ଚରିତ୍ରର ଏକ ଅଂଶବିଶେଷ ମାତ୍ର । ତାଙ୍କ ଉପରେ ଅନୁସନ୍ଧାନ କରୁଥିବା ଅନୁସନ୍ଧାନକର୍ତା ମାନେ ତାଙ୍କ ଜୀବନର ରାଷ୍ଟ୍ରବାଦୀ ପକ୍ଷ ଉପରେ ସେତେଟା ଗୁରୁତ୍ୱ ଦେଇ ନାହାନ୍ତି ଯାହା ଫଳରେ ତାଙ୍କର ଏହି ପକ୍ଷ ବର୍ତମାନ ସୁଦ୍ଧା ଅନାଲୋଚିତ ଅବସ୍ଥାରେ ରହିଛି । ଏହି ଆଲେଖ୍ୟରେ ଆମେ ବାବା ସାହେବଙ୍କର ଏପରି ଏକ ଅନାଲୋଚିତ ଅଧ୍ୟାୟ ଉପରେ ଚର୍ଚା କରିବା । ଆମ୍ବେଦକରଙ୍କର ସଂସ୍କୃତ ଭାଷା ପ୍ରତି ଗଭୀର ପ୍ରେମ ଥିଲା । କିନ୍ତୁ ସେ ତଥାକଥିତ ଅସ୍ପୃଶ୍ୟ ବର୍ଗରେ ଜନ୍ମ ନେଇଥିବା କାରଣରୁ ତାଙ୍କୁ ସଂସ୍କୃତ ପଢିବାକୁ ଦିଆଯାଇ ନ ଥିଲା । ସଂସ୍କୃତରେ ପାରଙ୍ଗତ ହେବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ପରବର୍ତୀ ସମୟରେ ସେ ନିଜ ଚେଷ୍ଟାରେ ସଂସ୍କୃତ ଶିଖିଥିଲେ । ସଂସ୍କୃତର ଅପାର ଜ୍ଞାନ ଭଣ୍ଡାର ଓ ଉକ୍ରୃଷ୍ଟ ସାହିତ୍ୟ ସମ୍ପର୍କରେ ତାଙ୍କର ଭଲ ଜ୍ଞାନ ଥିଲା । ଡ. ଆମ୍ବେଦକରଙ୍କର ସଂସ୍କୃତ ଶିଖିବା ଇଚ୍ଛା ସମ୍ପର୍କରେ ତାଙ୍କର ଜୀବନୀ ଲେଖକ ଧନଂଜୟ କୀର ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି - ବାବାସାହେବ ଅନେକ ଥର କହୁଥିଲେ ଯେ ସଂସ୍କୃତ ଭାଷାର ଅଭିମାନ ଥିବା କାରଣରୁ ତାଙ୍କୁ ସଂସ୍କୃତ ଭାଷା ଭଲ ଭାବେ ଆସିବା ଦରକାର, ଏହି ଅଭିଳାଷା ତାଙ୍କର ରହଥିଲା । ତେବେ ଦେଖିବାକୁ ପଡିବ ଏହି ସୁଦିନ କେବେ ଆସିବ । ( ଡ. ବାବାସାହେବ ଆମ୍ବେଦକର, ପୃଷ୍ଠା -୨୨ ପରିଶିଷ୍ଟ ୧ ) ଖୁବ କମ ଲୋକଙ୍କୁ ଜଣା ଯେ ସମ୍ବିଧାନ ସମିତିରେ ଜାତୀୟ ଭାଷା ଓ ରାଜ୍ୟ ବ୍ୟବହାର ପାଇଁ ଅଧିକୃତ ଭାଷା ସହିତ ସମ୍ପର୍କିତ ଅନୁଚ୍ଛେଦରୁ ସଂସ୍କୃତକୁ ଜାତୀୟ ଓ ରାଜ୍ୟ ବ୍ୟବହାରର ଭାଷା ଭାବେ ରଖିବା ପାଇଁ ସୁପାରିଶ କରାଯାଇଥିଲା । ଯେଉଁ ମାନେ ଏଭଳି ସୁପାରିଶ କରିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ମୈତ୍ର, ଟି.ଟି.କୃଷ୍ଣାମାଚାରୀ, ଡା. ବାଳକୃଷ୍ଣ କେସକର (ତକ୍ରାଳୀନ ବୈଦେଶିକ ଉପମନ୍ତ୍ରୀ) , ପ୍ରୋଫେସର ନଜିରୁଦ୍ଦିନ ଅହମଦ, ଡ. ଆମ୍ବେଦକର ତଥା ମାଡ୍ରାସ, ତ୍ରିପୁରା- ମଣିପୁର- କୁର୍ଗ ପ୍ରାନ୍ତର ସଦସ୍ୟ ମାନେ ଥିଲେ । ଯେତେବେଳେ ଏ ସମ୍ପର୍କରେ ସାମ୍ବାଦିକ ମାନେ ଡ. ଆମ୍ବେଦକରଙ୍କୁ ପଚାରିଥିଲେ ସେତେବେଳେ ସେ କହିଥିଲେ – ସଂସ୍କୃତରେ କଣ ଦୋଷ ରହିଛି । ପ୍ରୋ. ନଜିରୁଦ୍ଦିନ କହିଥିଲେ ଯେ - ଡବଲୂ ସି.ଟେଲର, ମ୍ୟାକ୍ସମୁଲର, ଉଇଲିୟମ ଜୋନ୍ସ ପରି ପାଶ୍ଚାତ୍ୟ ବିଦ୍ୱାନ ମାନଙ୍କୁ ଉଦ୍ଧୃତ କରି ସଂସ୍କୃତ ଭାଷାର ଅତୁଳନୀୟ ସମୃଦ୍ଧି ଓ ଶୁଦ୍ଧତା ସମ୍ପର୍କରେ କହି ଏହା ଲାଟିନ ଓ ଗ୍ରୀକ ଭାଷା ଠାରୁ କେତେ ଶ୍ରେଷ୍ଠ ତାର ପ୍ରମାଣ ଦେଇଥିଲେ । ଏହି ଅବସରରେ ଲକ୍ଷ୍ମୀକାନ୍ତ ମୈତ୍ର ଏହି ସଂଶୋଧନକୁ ଜୋରଦାର ସମର୍ଥନ କରି ଆଉ ଏକ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ହିନ୍ଦୀ ଭଳି କୌଣସି ବିଶିଷ୍ଟ ରାଜ୍ୟର ଭାଷାକୁ ଜାତୀୟ ଭାଷାର ମାନ୍ୟତା ପ୍ରଦାନ କଲେ ଅନ୍ୟ ରାଜ୍ୟ ମାନଙ୍କ ମଧ୍ୟରେ ଯେଉଁ ସନ୍ଦେହ ଓ କଟୁତା ତିଆରି ହେବାର ଆଶଙ୍କା ରହିଛି, ସଂସ୍କୃତକୁ ଏହା ସ୍ଥାନରେ ରଖିଲେ ଉକ୍ତ ସନ୍ଦେହ ଓ କଟୁତାକୁ ଦୂର କରାଯାଇ ପାରିବ । ସଂସ୍କୃତକୁ ତାର ଉପଯୁକ୍ତ ମାନ୍ୟତା ଦେଇ ଆମେ ବିଶ୍ୱକୁ ଜଣାଇ ଦେଇ ପାରିବା ଯେ ଆମେ ଆମର ଅତୀତର ବୈଭବକୁ କେତେ ଆଦର ଓ ସମ୍ମାନ କରୁଛୁ ଏବଂ ସମଗ୍ର ବିଶ୍ୱକୁ ଆମର ପ୍ରାଚୀନ ସଂସ୍କୃତିର ଆଧ୍ୟାତ୍ମିକ ବାର୍ତା ପ୍ରଦାନ ପାଇଁ ଇଚ୍ଛା କରୁଛୁ । ସଂସ୍କୃତକୁ ସ୍ୱୀକାର କରି ଆମେ ଭାବୀ ପୀଢୀର ଉଜ୍ୱଳ ଭବିଷ୍ୟତ ନିର୍ମାଣ କରି ପାରିବା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଡ. ଆମ୍ବେଦକରଙ୍କ ଦ୍ୱାରା ସଂସ୍କୃତ ଭାଷା ସମ୍ପର୍କରେ ଅଣାଯାଇଥିବା ସଂଶୋଧନ ପ୍ରସ୍ତାବକୁ ସ୍ୱୀକାର କରାଯାଇ ନ ଥିଲା । ସଂସ୍କୃତ ଭାଷା କେବଳ ଅଷ୍ଟମ ଅନୁସୂଚୀରେ କେବଳ ଏକ ଭାରତୀୟ ଭାଷାର ମାନ୍ୟତା ଦିଆ ଯାଇଥିଲା । ଡ. ଆମ୍ବେଦକରଙ୍କର ଇଚ୍ଛା ଥିଲା ଯେ ସଂସ୍କୃତକୁ ରାଷ୍ଟ୍ର ଭାଷା କରିବା ବିଷୟରେ ୧୦ ଡିସେମ୍ବର ୧୯୪୯ରେ ତାଙ୍କର ସଂଗଠନ ଶେତକାରୀ କାମଗାର ସଙ୍ଗଠନର କାର୍ଯ୍ୟକାରୀ ମଣ୍ଡଳରେ ଏକ ପ୍ରସ୍ତାବ ଗୃହୀତ କରାଯାଉ । କିନ୍ତୁ ସେତେବେଳେ ବି.ପି. ମୌର୍ଯ୍ୟଙ୍କ ପରି ଯୁବ ସଦସ୍ୟ ମାନଙ୍କର ବିରୋଧ କାରଣରୁ ଏହା ସମ୍ଭବ ହୋଇ ପାରି ନ ଥିଲା । ଏହି ଘଟଣାର ଦୀର୍ଘ ଦିନ ପରେ ବି.ପି. ମୌର୍ଯ୍ୟ ଦୁଃଖ ପ୍ରକଟ କରି କହିଥିଲେ ଯେ ସେତେବେଳେ ସେ ଡ. ଆମ୍ବେଦକରଙ୍କର ସଂସ୍କୃତ ଭାଷା ସମ୍ପର୍କିତ ପ୍ରସ୍ତାବର ବିନା କୌଣସି କାରଣରେ ବିରୋଧ କରିଥିଲେ ।

Subscribe to:
Posts (Atom)